ଖୁବ୍‌ ଶୀଘ୍ର ଭାରତ ଆରମ୍ଭ କରିବ ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଖୁବ୍‌ ଶୀଘ୍ର ଭାରତ ଆରମ୍ଭ କରିବ ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅବିଳମ୍ବେ ଭାରତ ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଆରମ୍ଭ କରିବ ବୋଲି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ‘ନ୍ୟାସ୍‌ନାଲ୍‌ ମେଟ୍ରୋଲୋଜି କନ୍‌କ୍ଲେଭ୍‌’ରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମସ୍ତ ବୈଜ୍ଞାନିକ ଓ ଟେକ୍ନିସିଆନ୍‌ମାନଙ୍କ ପାଖରେ ସମଗ୍ର ଦେଶ ଋଣୀ।

publive-image Image Courtesy of Hindustan Times

‘ନ୍ୟାସ୍‌ନାଲ୍‌ ଆଟୋମିକ୍‌ ଟାଇମ୍‌ସ୍କେଲ୍‌’ ଏବଂ ‘ଭାରତୀୟ ନିର୍ଦେଶକ ଦ୍ରବ୍ୟ’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ‘ନ୍ୟାସ୍‌ନାଲ୍‌ ଏନ୍‌ଭାଇରୋନ୍‌ମେଣ୍ଟାଲ୍‌ ଷ୍ଟାଣ୍ଡାର୍ଡ ଲାବ୍ରୋଟରି’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ।

publive-image Image Courtesy of India TV News

‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ପ୍ରସଙ୍ଗ ଉତ୍ଥାପନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ‘ଆମେ ଭାରତୀୟ ଉତ୍ପାଦରେ ବିଶ୍ୱକୁ ପୂର୍ଣ୍ଣ କରିଦେବାକୁ ନ ଚାହିଁଲେ ବି ବିଶ୍ୱର ପ୍ରତ୍ୟେକ ସ୍ଥାନରେ ଭାରତୀୟ ଉତ୍ପାଦର ଗ୍ରାହକମାନଙ୍କ ହୃଦୟ ଜୟ କରାଯିବା ଆବଶ୍ୟକ। ‘ମେଡ୍‌ ଇନ୍‌ ଇଣ୍ଡିଆ’ର ବୈଶ୍ୱିକ ଚାହିଦା ଏବଂ ଗ୍ରହଣୀୟତା ଆବଶ୍ୟକ ବୋଲି ଆମେ ସୁନିଶ୍ଚିତ ହେବା ଦରକାର।

ସମଗ୍ର ଦେଶରେ ଥିବା ଶିକ୍ଷା ପ୍ରତିଷ୍ଠାନର ଶିକ୍ଷାର୍ଥୀମାନଙ୍କ ସହ ଆଳାପ ଆଲୋଚନା କରି ସେମାନଙ୍କ ଅଭିଜ୍ଞତା ସବୁକୁ ପରବର୍ତ୍ତୀ ପିଢ଼ି ସହ ସେୟାର୍‌ କରିବାକୁ ସେ ‘ସିଏସ୍‌ଆଇଆର୍‌’ ବୈଜ୍ଞାନିକମାନଙ୍କୁ କହିଛନ୍ତି। ଫଳରେ ଆଗାମୀ ଦିନ ପାଇଁ ନୂଆ ପିଢ଼ିର ଯୁବ ବୈଜ୍ଞାନିକ ସୃଷ୍ଟି ପାଇଁ ପ୍ରସ୍ତୁତି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe